2 Samuel 3

6 ଶାଉଲଙ୍କ ପରିବାର ଏବଂ ଦାଉଦଙ୍କ ପରିବାର ଭିତରେ ଯୁଦ୍ଧ ଲାଗି ରହିଲା। ଏହି ସମୟରେ, ଶାଉଲଙ୍କ ପକ୍ଷରୁ ଅବନର ଅଧିକରୁ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ।

22 ଠିକ୍ ସେତିକିବେଳେ, ଦାଉଦଙ୍କ ଲୋକମାନେ ଏବଂ ଯୋୟାବ ଏକ ଆକ୍ରମଣରୁ ଫେରିଲେ। ସେମାନେ ଲୁଟ୍ କରି ଆଣିଥିବା ବହୁତ ଜିନିଷପତ୍ର ଟାଣି ଟାଣି ଆଣିଲେ। କିନ୍ତୁ ଅବନର ସେଠାରେ ନଥିଲେ। ଦାଉଦ ତାଙ୍କୁ ଆଗରୁ ସୁରକ୍ଷିତ ଭାବରେ ବିଦାୟ ଦେଇ ସାରିଥିଲେ।