Genesis 34
1 ଦୀନା ଥିଲେ ଲେୟାଙ୍କ ଝିଅ । ଦିନେ ସେ ନିଜ ପାଖରେ ରହୁଥିବା ଯୁବତୀମାନଙ୍କୁ ଦେଖିବାକୁ ଗଲେ ।
2 ଶିଖିମ ତାଙ୍କୁ ଦେଖିଲା । ସେ ଥିଲା ହିବ୍ବୀୟ ହମୋରର ପୁଅ । ସେ ସେହି ଦେଶର ଶାସକ ଥିଲା । ସେ ତାଙ୍କୁ ଧରି ପକାଇଲା । ସେ ବଳପୂର୍ବକ ତାଙ୍କ ସହିତ ଖରାପ କାମ କଲା ।
3 ତା'ପରେ ତାର ହୃଦୟ ଦୀନାଙ୍କ ପ୍ରତି ଟାଣି ହୋଇଗଲା । ସେ ତାଙ୍କୁ ଭଲ ପାଇଲା । ସେ ତାଙ୍କୁ ମିଠା କଥା କହିଲା ।
8 ହମୋର କହିଲେ, "ମୋ ପୁଅ ତୁମ ଝିଅକୁ ଭଲ ପାଏ । ଦୟାକରି ତାକୁ ମୋ ପୁଅର ସ୍ତ୍ରୀ ହେବାକୁ ଦିଅ ।"
13 ଯାକୁବଙ୍କ ପୁଅମାନେ ଏକ ଯୋଜନା କଲେ । ସେମାନେ ଶିଖିମ ଓ ହମୋରଙ୍କୁ ମିଛ କହିଲେ, କାରଣ ଶିଖିମ ଦୀନାଙ୍କ ସହିତ ଖରାପ କାମ କରିଥିଲା ।