Genesis 33

1 ଯାକୁବ ମୁଣ୍ଡ ଉଠାଇ ଦେଖିଲେ । ଏଷୌ ତାଙ୍କ ଆଡ଼କୁ ଆସୁଛନ୍ତି । ତାଙ୍କ ପଛରେ ଚାରି ଶହ ଲୋକ ଆସୁଛନ୍ତି! ଯାକୁବ ପିଲାମାନଙ୍କୁ ଲେୟା, ରାହେଲ ଏବଂ ଦୁଇ ଦାସୀଙ୍କ ପାଖରେ ରଖିଲେ ।

3 ଯାକୁବ ସମସ୍ତଙ୍କ ଆଗରେ ଚାଲିଲେ । ସେ ନିଜ ଭାଇ ଆଡ଼କୁ ଆଗେଇଲେ । ଏଷୌଙ୍କ ପାଖରେ ପହଞ୍ଚିବା ଆଗରୁ ସେ ସାତ ଥର ତଳେ ପଡ଼ି ମୁଣ୍ଡିଆ ମାରିଲେ ।

4 ଏଷୌ ଦୌଡ଼ି ଆସିଲେ! ସେ ଯାକୁବଙ୍କୁ ଦୁଇ ହାତରେ କୁଣ୍ଢାଇ ଧରିଲେ । ସେ ତାଙ୍କ ବେକକୁ ବାରମ୍ବାର ଚୁମ୍ବନ ଦେଲେ । ଦୁହେଁ କାନ୍ଦିଲେ ।

17 ଯାକୁବ ସୁକ୍କୋତକୁ ଗଲେ । ସେ ସେଠାରେ ଗୋଟିଏ ଘର ତିଆରି କଲେ ଏବଂ ନିଜ ପଶୁମାନଙ୍କ ପାଇଁ ଛୋଟ ଛୋଟ ଆଶ୍ରୟସ୍ଥଳ ତିଆରି କଲେ । ସେଥିପାଇଁ ସେହି ସ୍ଥାନକୁ ସୁକ୍କୋତ କୁହାଯାଏ । ଏହାର ଅର୍ଥ ଛୋଟ ଆଶ୍ରୟସ୍ଥଳ ।

18 ଶେଷରେ ଯାକୁବ କିଣାନ ଦେଶର ଶିଖିମ ନଗରରେ ପହଞ୍ଚିଲେ । ସେ ପଦ୍ଦନ-ଅରାମରୁ ବହୁତ ବାଟ ଆସିଥିଲେ । ସେ ନଗର ବାହାରେ ନିଜର ତମ୍ବୁ ପକାଇଲେ ।