Genesis 46

1 ଇସ୍ରାଏଲ ତାଙ୍କର ସବୁ ଜିନିଷପତ୍ର ବାନ୍ଧିଲେ। ସେ ରାସ୍ତାରେ ବାହାରି ପଡ଼ିଲେ। ସେ ବେର୍‌ଶେବାରେ ଅଟକିଲେ। ସେଠାରେ ସେ ପଶୁମାନଙ୍କୁ ମାରି ତାଙ୍କ ବାପା ଇସ୍‌ହାକଙ୍କ ଈଶ୍ୱରଙ୍କୁ ବଳି ଦେଲେ।

5 ଯାକୁବ ବେର୍‌ଶେବାରୁ ବାହାରିଲେ। ଫାରୋ ପଠାଇଥିବା ଶଗଡ଼ରେ ତାଙ୍କ ପୁଅମାନେ ତାଙ୍କୁ ବସାଇଲେ। ସେମାନେ ନିଜର ଛୋଟ ପିଲା ଏବଂ ସ୍ତ୍ରୀମାନଙ୍କୁ ମଧ୍ୟ ବସାଇଲେ।

28 ଯାକୁବ ଯୋସେଫଙ୍କୁ ଖୋଜିବା ପାଇଁ ଯିହୁଦାକୁ ଆଗରୁ ପଠାଇଲେ। ଯିହୁଦା ସେମାନଙ୍କୁ ଗୋଶନକୁ ଯିବା ରାସ୍ତା ଦେଖାଇବ। ତା'ପରେ ପୂରା ପରିବାର ଗୋଶନରେ ପହଞ୍ଚିଲେ।

29 ଯୋସେଫ୍ ନିଜ ରଥ ପ୍ରସ୍ତୁତ କଲେ। ସେ ତାଙ୍କ ବାପା ଇସ୍ରାଏଲଙ୍କୁ ଭେଟିବା ପାଇଁ ଗୋଶନକୁ ଦୌଡ଼ିଲେ! ତାଙ୍କୁ ଦେଖିବା ମାତ୍ରେ, ଯୋସେଫ୍ ନିଜ ବାପାଙ୍କ ବେକକୁ କୁଣ୍ଢାଇ ପକାଇଲେ। ସେ ବହୁତ, ବହୁତ ସମୟ ଧରି କାନ୍ଦିଲେ।

31 ଯୋସେଫ୍ ତାଙ୍କ ଭାଇମାନଙ୍କୁ ଏବଂ ତାଙ୍କ ବାପାଙ୍କ ଘରର ସମସ୍ତଙ୍କୁ କହିଲେ, "ମୁଁ ଯାଇ ଫାରୋଙ୍କୁ ଦେଖା କରିବି। ମୁଁ ତାଙ୍କୁ କହିବି ଯେ ତୁମେମାନେ ମୋ ସହ ରହିବାକୁ କିଣାନରୁ ଆସିଛ।"